Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନୋରମା ମହାପାତ୍ରଙ୍କର ଶେଷକୃତ୍ୟ

କଟକ: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।

ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନୋରମା ମାହପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ କଟକ ସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଦୈନିକ ଖବରକାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କ ଯଥେଷ୍ଟ ଅବଦାନ ରହିଥିଲା । ସମାଜସେବାରେ ବି ନିଜକୁ ନିୟୋଜିତ କରିଥିଲେ ମନୋରମା ମହାପାତ୍ର ।

ତାଙ୍କ ବିୟୋଗରେ ଓଡିଶା ଜଣେ ବାଗ୍ମୀ ବ୍ୟକ୍ତିତ୍ୱଙ୍କୁ ହରାଇଛି । ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ତାଙ୍କ ଆବର୍ତ୍ତମାନରେ ଓଡ଼ିଆ ସାହିତ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.