Latest Odisha News

BREAKING NEWS

କାଳ ସାଜିଲା ଗଣେଶ ମୂର୍ତ୍ତି ବିସର୍ଜନ, ଗୋଧସ ଜଳପ୍ରପାତରେ ବୁଡି ୩ ମୃତ

ନୂଆପଡା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ନୂଆପଡା ଜିଲ୍ଲାଠୁ ୨୫ କି.ମି ଦୂରରେ ଥିବା ଗୋଧସ ଜଳପ୍ରପାତରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳୁ ସେମାନଙ୍କ ମୃତଦେହ ଠାବ ହୋଇଥିବା ସୂଚନା ରହିଛି ।

ଗତକାଲି ଅପରାହ୍ନରେ ଧରମବନ୍ଧା ଥାନା ଅନ୍ତର୍ଗତ ଗୋଧସ ଜଳପ୍ରପାତକୁ ୬ଜଣ ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଜଳପ୍ରପାତରେ ଗାଧୋଉଥିଲେ । ହଠାତ୍ ଜଣକ ପରେ ଜଣେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ । ବାହାରେ ଥିବା ତିନିଜଣ ଯୁବକ ସହାୟତା ପାଇଁ ଧରମବନ୍ଧା ଥାନାରେ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚିଥିଲେ ହେଁ ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା । ଆଜି ସକାଳୁ ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ପରେ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ହେଲେ ଅମିତ କୁମାର ଗୁପ୍ତା, ରାଜକୁମାର ଗୁପ୍ତା ଓ ନିଲେଶ ସିଂ । ମୃତକମାନେ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି ।

Leave A Reply

Your email address will not be published.