ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ବିଶ୍ୱକପ ପରେ ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଭାରତ ଗସ୍ତରେ ଆସିବ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟମ୍ବର ୧୭ରେ ପ୍ରଥମ ଟି୨୦ ଏବଂ ୧୯ ଓ ୨୧ରେ ବାକି ୨ଟି ମ୍ୟାଚ ଯଥାକ୍ରମେ ରାଂଚି ଓ କୋଲକାତାରେ ଖେଳାଯିବ । ୨୫-୨୯ ନଭେମ୍ବର ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ ଏବଂ ୩-୭ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ୨୦୨୨ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ଟିମ ଭାରତ ଆସିବ । ଏହି ଗସ୍ତରେ ୩ ଟି୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ଫେବୃୟାରୀ ୬ରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳାଯିବ । ୯ ଓ୧୨ରେ ଯଥାକ୍ରମେ ଜୟପୁର ଓ କୋଲକାତାରେ ବାକି ୨ଟି ମ୍ୟାଚ ଖେଳାଯିବ । ସେହିପରି ୧୫ରେ ପ୍ରଥମ ଟି୨୦ କଟକରେ ଖେଳାଯିବ । ୧୮ ଓ ୨୦ରେ ବିଶାଖପଟନମ ଏବଂ ତ୍ରିଭେନ୍ଦ୍ରମରେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ଖେଳାଯିବ । ଫେବୃୟାରୀ ଶେଷ ଭାଗରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସିବେ । ବାଙ୍ଗାଲୋରରେ ୨୫ ଫେବୃୟାରୀରୁ ପ୍ରଥମ ଏବଂ ମୋହାଲୀରେ ମାର୍ଚ୍ଚ ୫ରୁ ଦ୍ୱିତୀୟ ଟେଷ୍ଟ ଖେଳିବ । ୧୩, ୧୫ ଓ ୧୮ରେ ୩ଟି ଯାକ ଟି୨୦ ମ୍ୟାଚ ମୋହାଲୀ, ଧର୍ମଶାଳା ଓ ଲକ୍ଷ୍ନୌରେ ଖେଳାଯିବ । ଜୁନରେ ଦକ୍ଷିଣ ଆଫ୍ରିକା ୫ଟି ଟି୨୦ ମ୍ୟାଚ ଖେଳିବା ପାଇଁ ଆସିବ । ୯ଜୁନରେ ଚେନ୍ନାଇରେ ପ୍ରଥମ ଟି୨୦, ୧୨ରେ ବାଙ୍ଗାଲୋରରେ ଦ୍ୱିତୀୟ, ୧୪ରେ ନାଗପୁରରେ ତୃତୀୟ, ୧୭ରେ ରାଜକୋଟରେ ଚତୁର୍ଥ ଓ ୧୯ରେ ଦିଲ୍ଲୀରେ ୫ମ ମ୍ୟାଚ ଖେଳିବ ।
BREAKING NEWS
- ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ
- ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ
- ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ
- ହସ୍ପିଟାଲରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା: କହିଲେ ମୃତ୍ୟୁ ହେଲେ ବିଜେଡି ନେତା ବ୍ୟୋମକେଶ ଦାୟୀ
- ‘ରାଜ୍ୟରେ ବିଜେପି ସରକାର କଲେ ଦେଶୀ ମଦ ସମ୍ପୂର୍ଣ୍ଣ ବ୍ୟାନ୍ ହେବ’
- ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା
- ବିଜେଡିରେ ଏକନାଥ ସିନ୍ଦେ !
- ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?
- କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?
- ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର