ବ୍ରହ୍ମପୁର: ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ । ବସ୍ ଠିଆ କରି ପରିଶ୍ରା ପାଇଁ ଯିବା ବେଳେ ଧକ୍କା ଦେଇଥିଲା ଅଟୋ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡଙ୍ଗପୁରରେ ଏହି ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ନୟାଗଡ଼ ଜିଲ୍ଲାର ସୁଧାକର ସାହୁ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ ଏଥିରେ ବସିଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସୁଧାକର ଭୁବନେଶ୍ୱରରୁ ବସ୍ ଧରି ଚିକିଟି ଅଭିମୁଖେ ଯାଉଥିଲେ । ପରିଶ୍ରା ଯିବା ପାଇଁ ଚୁଡଙ୍ଗପୁର ନିକଟରେ ରାସ୍ତାକଡରେ ବସ୍ ଅଟକାଇଥିଲେ । ବସ୍ ପଛରେ ଠିଆ ହୋଇଥିବ ବେଳେ ପଛରୁ ଏକ ଅଟୋ ଆସି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବସ୍ ଡ୍ରାଇଭର ।
Comments are closed.