Latest Odisha News

ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ, ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିବା ରାଜଧାନୀର ଜ୍ୟୋଜିପ୍ରକାଶ ବେହେରାଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ସାଂସଦ କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ୱାଦଶ ଯାଏ ପାଠପଢ଼ାର ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ଏହି ଅବସରରେ ଅପରାଜିତ ଷଡ଼ଙ୍ଗୀ କହିଛନ୍ତି, ଅନୁକମ୍ପା ସହାୟତା ତାଙ୍କ ପରିବାରର କ୍ଷତିକୁ ଭରଣା କରି ପାରିବ ନାହିଁ । ଡ୍ରେନରେ ଭାସି ପିଲା ମୃତ୍ୟୁ ଏକ ଚ୍ୟାଲେଞ୍ଜ । ଯଥାଶୀଘ୍ର ରାଜ୍ୟ ସରକାର ଡ୍ରେନେଜ ବ୍ୟବସ୍ଥା କରିବା ଦରକାର ।୬ ବର୍ଷରେ ଜଳବନ୍ଦୀ କାରଣରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । କେଉଁଠି ଯୋଜନା ଓ କଣ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର । ୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ଡ୍ରେନେଜ ସ୍ଥିତିର ସ୍ଥାୟୀ ସମାଧାନ ଦରକାର । ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ କାମ ଆଗେଇ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.