Latest Odisha News

BREAKING NEWS

କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲିସ ଆଗରେ ଦୂତୀଙ୍କ ଦବଙ୍ଗଗିରିି

ଯାଜପୁର: ବେଶ କିଛି ଦିନ ପୂର୍ବରୁ ଜଣେ ୱବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଧାବିକା ଦୂତୀ ଚାନ୍ଦ । ହେଲେ ଏବେ କର୍ତ୍ତବ୍ୟରତ ପୋଲିସକୁ ନାଲି ଆଖି ଦେଖାଇ ଦୂତୀ ସମାଲୋଚନାର ଶିକାର ହୋଇଛନ୍ତି ।

ଗତକାଲି ବିନା ଅନୁମତିରେ ଯାଜପୁର ଜିଲ୍ଲା ଚକଗୋପାଳପୁର ଗାଁରେ ଚାଲିଥିଲା ଖୁଦୁରୁକୁଣୀ ଭସାଣୀ ଉତ୍ସବ । ଡିଜେର ତାଳେତାଳେ ଜମିଥିଲା ଧମାକାଦାର ଡାନ୍ସର ଆସର । ଏଥିରେ ସାମିଲ ଥିଲେ ଆନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ । ହଠାତ୍ ଖବର ପାଇ ଘଟଣାସ୍ଥଳରେ ପହଂଚି ଭସାଣୀ ଉତ୍ସବ ବନ୍ଦ କରିବାକୁ ପୋଲିସ ତାଗିଦ କରିଥିଲା । ହେଲେ ସେହି ସମୟରେ ଧାବିକା ଦୂତୀ ଚାନ୍ଦ ପୋଲିସ ସହ ଯୁକ୍ତିତର୍କ କରିବାକୁ ପଛାଇନଥିଲେ ।

ଭସାଣୀକୁ ପୋଲିସର ବାରଣ ପରେ ଉତକ୍ଷିପ୍ତ ହୋଇ ଦୂତୀ ପୋଲିସକୁ ସିଧାସଳଖ ବିରୋଧ କରିବା ସହ ଏସପିଙ୍କ ନାଁ ନେଇ ଖୋଲା ଧମକ ଦେଇଥିଲେ । ଅନ୍ୟପଟେ କର୍ତ୍ତବ୍ୟରତ ପୋଲିସ କିନ୍ତୁ ଦୂତୀଙ୍କ କଥାକୁ ଖାତିର ନକରି କୋଭିଡ ଗାଇଡଲାଇନ୍ ଅନୁଯାୟୀ ଭସାଣୀ କାର୍ମ୍ୟକ୍ରମ ବନ୍ଦ କରିଥିଲେ । ସୋସିଆଲ ମିଡିଆରେ ଦୂତୀଙ୍କ ଭିଡିଓଟି ବହୁଳମାତ୍ରାରେ ଭାଇରାଲ୍ ହୋଇଥିଲାବେଳେ ଏ ନେଇ ଉଭୟ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.