Latest Odisha News

ଧରାପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ, ମୁଖା ଖୋଲିଦେଲା ଗିରଫ ଆତଙ୍କୀ

ନୂଆଦିଲ୍ଲୀ : ଧରାପଡ଼ିଲା ପାକିସ୍ତାନର ହୀନ ଷଡ଼ଯନ୍ତ୍ର । ଭାରତରେ ଆତଙ୍କୀ ହମଲାର ଯୋଜନା କରିଥିଲା ଇସଲାମାବାଦ । ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପାକିସ୍ତାନ ସେନା । ଏସବୁ କଥା କହିଛି ଉରିରୁ ଗିରଫ ହୋଇଥିବା ଆତଙ୍କବାଦୀ । ଭାରତରେ ଆତଙ୍କୀ ହମଲା ପାଇଁ ସ୍ଥାନ ଚୂଡାନ୍ତ କରିଥିଲା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ । ଜାମ୍ମୁ-କାଶ୍ମୀରରୁ ଗିରଫ ଲସ୍କର ଆତଙ୍କୀ ବାବର ଅଲ୍ଲୀ ଏନେଇ ସ୍ବୀକାର କରିଛି । ଗତକାଲି ଜମ୍ମୁ-କାଶ୍ମୀରର ଉରି ସେକ୍ଟରରୁ ଗିରଫ ଆତଙ୍କବାଦୀ ବାବର ଆଜି କ୍ୟାମେରା ଆଗରେ ପାକିସ୍ତାନର ହୀନ ଚକ୍ରାନ୍ତର ପର୍ଦ୍ଦାଫାଶ କରିଛି ।

ସେ କହିଛି, ଟଙ୍କା ଲୋଭ ଦେଖାଇ ତାକୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଯାଇଥିଲା । ପାକିସ୍ତାନ ଯବାନ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଥମେ ତାଙ୍କୁ ୨୦ ହଜାର ଟଙ୍କା ଦିଆଯାଇଥିଲା । ଭାରତରେ ଅସ୍ତ୍ରଶସ୍ତ୍ର ଚୋରାରେ ବିକ୍ରି ପାଇଁ ତାକୁ ପଠାଯାଇଥିଲା ବୋଲି ବାବର ଅଲ୍ଲୀ କହିଛି । ଅଲ୍ଲୀ ଓ ତାର ୬ ଜଣ ସହଯୋଗୀଙ୍କ ସହ ଭାରତରେ ଅନୁପ୍ରବେଶ କରିଥିଲା । ସେମାନେ ବାରମୂଳାରେ ବଡ ଧରଣର ଆତଙ୍କବାଦୀ ହିଂସା ଘଟାଇଥାନ୍ତେ ବୋଲି କହିଛି । ଧରାପଡିଥିବା ଆତଙ୍କବାଦୀଙ୍କ ଘର ପାକିସ୍ତାନର ପଞ୍ଜାବ ପ୍ରଦେଶରେ । ତା’ ନିକଟରୁ ଏକେ-୪୭, ଗ୍ରେନେଡ ଓ ପିସ୍ତଲ ଜବତ ହୋଇଛି ।

Comments are closed.