Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସୁପରଭାଇଜର

ନୀଳଗିରି: ପୁଣି ଭିଜିଲାନ୍ସ ରେଡ୍ । ବାଲେଶ୍ୱର ନୀଳଗିରି ବରହମପୁର ସେକ୍ଟରରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମ୍ପର୍କରେ ତଥ୍ୟ ପାଇଁ ଟଙ୍କା ଲାଞ୍ଚ ଅଭିଯୋଗ । ତଥ୍ୟର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇସିଡିଏସ ବିଭାଗ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । ଗିରଫ ସୁପରଭାଇଜର ହେଉଛନ୍ତି ସୁବର୍ଣ୍ଣା ସିଂ ।

ନୂତନ ଭାବେ ନିଯୁକ୍ତ ହୋଇଥିବା ଜଣେ ଅଙ୍ଗନୱାଡିକର୍ମୀଙ୍କ ବାବଦରେ ଭଲ ରିପୋର୍ଟ ଦେବା ପାଇଁ ଟଙ୍କା ଲାଂଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇ ଗିରଫ କରାଯାଇଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯିବା ସହିତ ଏକ ମାମଲା ରୁଜୁ କରାଯାଇଛି । ଏହା ସହିତ ତାଙ୍କ କାର୍ଯ୍ୟାଳୟ ସହ ବାସଭବନରେ ଚଢାଉ ଜାରି ରହିଛି ।

Leave A Reply

Your email address will not be published.