ଭୁବନେଶ୍ୱର: ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି ଯେ ସାଧାରଣତ ଭାରତରେ ସେପ୍ଟେମ୍ବର ୧ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ଆରି ବିଳମ୍ବ ହୋଇଛି।
ଏହାର କାରଣ ଦର୍ଶାଇ ସେ କହିଛନ୍ତି ଯେ “ଅଧ୍ୟୟନ ଅନୁଯାୟୀ ମୌସୁମୀ ଭାରତରୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାୟ ୩୬ ଦିନ ବିଳମ୍ବ ହେବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ୬ ରୁ ଆରମ୍ଭ ହେବ। ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ଅଟେ। ଅକ୍ଟୋବର ୨୦ ମୌସୁମୀ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଛାଡିପାରେ ବୋଲି ସେ କହିଛନ୍ତି।
Comments are closed.