Latest Odisha News

BREAKING NEWS

ଢେଙ୍କାନାଳରେ ଲୋକକଳା ମହୋତ୍ସବ,ପାରମ୍ପରିକ ନାଚ ଗୀତରେ କମ୍ପିଲା ପରିବେଶ

ଢେଙ୍କାନାଳ :ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲୋକକଳାର ତୃତୀୟ ବାର୍ଷିକ ଉତ୍ସବ ରାଏନରସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଢ଼େଙ୍କାନାଳ ଜିଲା ହେଉଛି କଳା ସଂସ୍କୃତିର  ଅଞ୍ଚଳ ବୋଲି କହିଥିଲେ । ଏହି କଳା ସଂସ୍କୃତି ଯୋଗୁଁ ସମଗ୍ର ରାଜ୍ୟରେ ଢ଼େଙ୍କାନାଳ ଜିଲା ପ୍ରଥମ ସ୍ଥାନ ଅଧିକାର କରିଛି ।

ଏହାର କିପରି ଆହୁରି ଉନ୍ନତି ହୋଇପାରିବ ସେନେଇ ରାଜ୍ୟ ସଂସ୍କୃତି ବିଭାଗ ସହିତ ଯୋଗାଯୋଗରେ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲା ପରିଷଦ ଉାଧ୍ୟକ୍ଷ କୋଦଣ୍ଡଧର ସାହୁ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଯୋଗ ଦେଇଥିଲେ। ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ କଳାକାରମାନେ ଯୋଗଦେଇ ନିଜ ନିଜ କଳାକୁ ପ୍ରଦର୍ଶନ କରିଥିଲେ।

Comments are closed.