Latest Odisha News

BREAKING NEWS

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ ହେବା ପରେ ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କ ବଙ୍ଗଳାରେ ଭାଇଜାନ୍ ସଲମାନ୍ ଖାନ୍ ପହଞ୍ଚିଥିବା କୁହାଯାଉଛି ।

ଏନେଇ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଧଳା ରଙ୍ଗର ଏସୟୁଭି ଶାହାରୁଖଙ୍କ ମନ୍ନତ ଗେଟ୍ ଦେଇ ଭିତରେ ପ୍ରବେଶ କରୁଛି । ସେଥିରେ ସଲମାନ ଖାନ୍ ଥିବା କୁହାଯାଉଛି ।

ଗତକାଲି ଆର୍ୟନଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଗିରଫ କରିଥିଲା ଏନସିବି । କୋର୍ଟରେ ହାଜର ପରେ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନସିବି । କୋର୍ଟ ଦିନେ ରିମାଣ୍ଡ ଅନୁମତି ଦେଇଛନ୍ତି । ଆଜି ଆର୍ୟନଙ୍କ ଏନସିବି ହେପାଜତ ଅବଧି ସରୁଛି । ଏହାପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ।

Leave A Reply

Your email address will not be published.