Latest Odisha News

BREAKING NEWS

ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌

ଯାଜପୁର: ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌ । ଧର୍ମଶାଳା ତହସିଲର କଳାପଥର ଖାଦାନରେ ବିସ୍ଫୋରକ ସାମଗ୍ରୀ । ଗତକାଲିଠାରୁ ଜେନାପୁର ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରି ୨ଟି ବେଆଇନ୍ ଗୋଦାମକୁ ସିଲ୍‌ କରିଛି । ଏହି ଗୋଦାମରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ୨ଜଣ ଖାଦାନ ମାଲିକଙ୍କ ନାମରେ ଜେନାପୁର ଥାନାରେ ମାମଲା ରୁଜୁ ହୋଇଛି। ତେବେ ପୁଲିସ କାହାରିକୁ ଗିରଫ କରିନାହିଁ।

ବୋମା ନିଷ୍କ୍ରିୟକାରୀ ଦଳ ସହ ପ୍ରଶାସନ ଏହି ବେଆଇନ୍ ଗୋଦାମ ଖୋଲି ୫କୁଇଣ୍ଟାଲ ୫୦କିଲୋ ଆମୋନିଆ ନାଇଟ୍ରେଟ୍‌ ସହ ୨୫କେଜି କାର୍ଟୁନ ବିଶିଷ୍ଟ ୩ଶହ ପେଟି ଜିଲୋଟିନ ଜବତ କରିଛନ୍ତି। ଜେନାପୁର ପୁଲିସ ପକ୍ଷରୁ କେସ ନମ୍ବର ୨୮୭ରେ ବ୍ୟବସାୟୀ ରଘୁନାଥଙ୍କ ନାମରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.