Latest Odisha News

ପୂଜା ପୂର୍ବରୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍‌, ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର : ଅଘଟଣ ପରେ ଚେତା ପଶିଲା । ଏବେ ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ୍‌ । ଡ୍ରେନ ଉପରେ ଜବର ଦଖଲ ଉଚ୍ଛେଦ ହେବ । ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂଜା ପୂର୍ବରୁ ସମସ୍ତ କାମ ସାରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ କରାଯିବ ।

ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବିଧାୟକ ମହମ୍ମଦ ମୋକିମ, ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହାପୂର୍ବରୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ ଉପରେ ସ୍ଲାବ ପଡିବ ବୋଲି ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ନେଇଥିଲା । ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ନିଷ୍ପତ୍ତି ହୋଇଥିଲା ।

Comments are closed.