ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
ଭାରତୀୟ ସିନିୟର ଟି୨୦ ଦଳକୁ ଫେରିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଦ୍ୱାରା ଘୋଷଣା କରାଯାଇଥିବା ୧୬ ଜଣିଆ ଟି୨୦ ଦଳରେ ୩୬ ବର୍ଷୀୟ ଭୁବନେଶ୍ୱରଙ୍କୁ ସାମିଲ କରାଯାଇଛି । ୨୦୨୨ ନଭେମ୍ବର ୨୨ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନେପିୟର ଟି୨୦ ପରଠାରୁ ସେ ଦଳରୁ ବାହାରେ ଥିଲେ । ଗୁୱାହାଟୀରେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ପ୍ରଜ୍ଞାନ ଓଝା, ସମ୍ପାଦକ ଦେବଜିତ୍ ସାଇକିଆ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଟି୨୦ ଓ ଭାରତ ‘ଏ’ ଦଳ ଚୟନ କରାଯାଇଛି । ଟି୨୦ ସିରିଜ୍ରେ ଶ୍ରେୟସ ଆୟର ଅଧିନାୟକ ଓ ତିଲକ ବର୍ମା ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।
ଅକ୍ଟୋବର ୨୨ ରୁ ଆରମ୍ଭ ହେବାକୁ ଥିବା ଏହି ଦ୍ୱିପାକ୍ଷିକ ଗସ୍ତରେ ୫ଟି ଟି୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ନଭେମ୍ବର ୪ ରୁ ଏବଂ ଗୁରୁତ୍ୱପୂର୍ଣ୍ଣ ୨ଟି ଟେଷ୍ଟ ମ୍ୟାଚ୍ ନଭେମ୍ବର ୧୯ ରୁ ଆରମ୍ଭ ହେବ । (ଦିନିକିଆ ଓ ଟେଷ୍ଟ ଦଳ ପରେ ଘୋଷଣା କରାଯିବ) ।
ଟି୨୦ ଦଳ :ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟକିପର), ବୈଭବ ସୂର୍ୟ୍ୟବଂଶୀ, ଇଶାନ କିଶନ (ୱିକେଟକିପର), ତିଳକ ବର୍ମା (ଉପଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନିତୀଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ।
ଭାରତ ‘ଏ’ ଦଳ : ଧ୍ରୁବ ଜୁରେଲ (ଅଧିନାୟକ/ୱିକେଟକିପର), ଯଶସ୍ୱୀ ଜୈସୱାଲ, କେ.ଏଲ. ରାହୁଲ, ଦେବଦତ୍ତ ପାଡିସ୍କାଲ, ରବିଚନ୍ଦ୍ରନ୍ ସ୍ମରଣ, ରିଷଭ ପନ୍ତ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଆକିବ ନବୀ, ଆକାଶ ଦୀପ, ଅଂଶୁଲ କାମ୍ବୋଜ, ମାନବ ସୁଥାର, ମୁକେଶ ଚୌଧୁରୀ, ସାଇ ସୁଦର୍ଶନ, ଯଶ ରାଠୋଡ, ମୁକେଶ କୁମାର।

