Latest Odisha News

ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍

ଭୁବନେଶ୍ବର : ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍‌ । ଘରକୁ ଯାଇ ବିଲ୍‌ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ବିଜୁଳି ସଂଯୋଗ ଦିଆଯାଇନି, ତୁରନ୍ତ ଦିଆଯିବ । ଲୋକଙ୍କ ଘରେ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ବିଧାନସଭାରେ ଶକ୍ତି ବିଭାଗର ହାଉସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆଜି ଏ ନେଇ ଅନୁଷ୍ଠିତ ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଏବଂ ଶକ୍ତି ବିଭାଗ ଅଧିକାରୀଙ୍କୁ ଡକା ଯାଇଥିଲା । ଯେଉଁ ଅଞ୍ଚଳରେ ଠିକ ଭାବେ ବିଦ୍ୟୁତ୍ ସଂଯୋଗ ହୋଇପାରିନି, ସେଠାରେ କିପରି ବିଜୁଳି ସଂଯୋଗ ହେବ ସେ ନେଇ ଆଲୋଚନା ହୋଇଥିଲା । କିଛି ମିଡିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ୍‌ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଥିବା ଅଭିଯୋଗ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ପାୱାର କଟ୍‌ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବ । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ମିଳିବ ।

Comments are closed.