ନୂଆଦିଲ୍ଲୀ:ଭାରତୀୟ ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଏବଂ ତାଙ୍କର ଜଣେ ଯୁବତୀ ଫ୍ୟାନ୍ଙ୍କ ମଧ୍ୟରେ ଏୟାରପୋର୍ଟରେ ଘଟିଥିବା ଏକ ରୋଚକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଶର୍ମା ଏୟାରପୋର୍ଟରୁ ବାହାରକୁ ଆସୁଥିବା ସମୟରେ ଜଣେ ଯୁବତୀ ମାର୍କର ପେନ୍ ଧରି ଅଟୋଗ୍ରାଫ୍ ଓ ଫଟୋ ପାଇଁ ତାଙ୍କ ପାଖକୁ ଆସିଥିଲେ ।ଅଭିଷେକଙ୍କୁ ଏତେ ନିକଟରୁ ଦେଖି ଯୁବତୀ ଜଣଙ୍କ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ସେ ସିଧାସଳଖ ଅଭିଷେକଙ୍କୁ ପଚାରିଥିଲେ ଏହା ସତରେ ଆପଣ ତ? ମୁଁ ଆପଣଙ୍କୁ ଟିକେ ଛୁଇଁପାରିବି କି? ଏବଂ ବିଶ୍ୱାସ କରିବା ପାଇଁ ସେ କ୍ରିକେଟରଙ୍କୁ ହାଲୁକା ଭାବେ ଛୁଇଁ ମଧ୍ୟ ଦେଖିଥିଲେ ।ଅଭିଷେକ ଶର୍ମା ଅତ୍ୟନ୍ତ ଶାନ୍ତ ଓ ହସହସ ମୁହଁରେ ଫ୍ୟାନ୍ଙ୍କ ହାତ ପୋଷାକରେ ଅଟୋଗ୍ରାଫ୍ ଦେଇଥିଲେ । ଅଟୋଗ୍ରାଫ୍ ପାଇବା ପରେ ସେହି ଯୁବତୀ ଜଣକ ଖୁସିରେ ଝୁମି ଉଠିଥିଲେ । ଏହି ମଜାଦାର ଓ ସୁନ୍ଦର ମୁହୂର୍ତ୍ତର ଭିଡିଓଟିକୁ କ୍ରିକେଟ୍ ପ୍ରେମୀମାନେ ଖୁବ୍ ପସନ୍ଦ କରୁଛନ୍ତି ।
ଏୟାରପୋର୍ଟ ବ୍ୟତୀତ ଟିମ୍ ହୋଟେଲ୍ ନିକଟରେ ମଧ୍ୟ କ୍ରେଜି ଫ୍ୟାନ୍ଙ୍କ ଏପରି ଆଚରଣ ଦେଖିବାକୁ ମିଳିଥିଲା । ଅଭିଷେକ ଶର୍ମାଙ୍କୁ ଗୋଟିଏ ସେଲ୍ଫି ପାଇଁ ଜଣେ ଯୁବତୀ ହୋଟେଲ୍ ଭିତରକୁ ଗୋଡ଼ାଇ ଗୋଡ଼ାଇ ଆସିଥିଲେ । ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଓ ଭାରତୀୟ ଟିମ୍ର ବୋଲିଂ କୋଚ୍ ମୋର୍ନେ ମୋର୍କେଲ୍ ଫ୍ୟାନ୍ଙ୍କ ଏପରି ପାଗଳାମି ଦେଖି କିଛି ସମୟ ପାଇଁ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଅଭିଷେକ ଶର୍ମା ଏବେ ନିଜର ଆକ୍ରାତ୍ମକ ବ୍ୟାଟିଂ ଶୈଳୀ ଯୋଗୁଁ ଯୁବପିଢ଼ିଙ୍କ ପ୍ରିୟ କ୍ରିକେଟର ପାଲଟିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ତାଙ୍କ ନଜର କିଛି ବଡ଼ ମାଇଲଖୁଣ୍ଟ ଉପରେ ରହିବ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅଭିଷେକ କହିଛନ୍ତି ଯେ ଦଳରେ ନୂଆ ଓ ଯୁବ ଖେଳାଳିମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଓ ସପୋର୍ଟ ଦିଆଯାଉଛି, ଯାହାଫଳରେ ବିପକ୍ଷ ଟିମ୍ ବିରୋଧରେ ବିନା କୌଣସି ଚାପରେ ସେମାନେ ନିଜର ସ୍ୱାଭାବିକ ଆକ୍ରାମକ ଖେଳ ପ୍ରଦର୍ଶନ କରିପାରୁଛନ୍ତି ।

