ଭୁବନନେଶ୍ୱର: ହୁ ହୁ ବଢୁଛି ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି ।
ସପ୍ତାହକ ମଧ୍ୟରେ ନାସିକରେ ପିଆଜ କ୍ୱିଣ୍ଟାଲ ଉପରେ ୨୪୦୦ ଟଙ୍କା ବୃଦ୍ଧି ପାଇଛି । ତିନିଦିନ ତଳେ ନାସିକରେ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୪୦ରୁ ୪୫ ଟଙ୍କା ହୋଇଛି । ତାହାର ସିଧାସଳଖ ପ୍ରଭାବ ଓଡ଼ିଶାର ବଜାର ଉପରେ ପଡ଼ିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।
Comments are closed.