ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି ଦିଆଯାଇଛି । ବରୁଣ ଘଟଣାକୁ ନିନ୍ଦା କରିବା ସହ ନିଜ ଟୁଇଟର ହ୍ୟାଣ୍ଡେଲରେ ଏହି ସମ୍ପର୍କୀତ ଭିଡିଓ ଅପଲୋଡ କରିଥିଲେ ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ନୂତନ କାର୍ଯ୍ୟକାରିଣୀରେ ମିଥୁନ ଚକ୍ରବର୍ତି ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ୮୦ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ବସୁନ୍ଧରା ରାଜେ, ରଘୁବର ଦାସଙ୍କ ସମେି ୧୩ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି ।
Comments are closed.