ଭୁବନେଶ୍ୱର: ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ସହୃଦୟ ବ୍ୟକ୍ତି। ଗୁଜୁରାଟର ଅଲୀମ ଖାନ୍ ଏକ ଭିଡ଼ିଓ ମାଧ୍ୟମରେ ସେୟାର କରି କହିଛନ୍ତି, ଗତ ଦୁଇ, ତିନି ଦିନ ହେବ ତାଙ୍କ ପାଖକୁ ପୂରଣ ୟାଦବ ନାମକ ଜଣେ ବ୍ୟକ୍ତି ଆସି ଘରକୁ ଫେରାଇଦେବା ପାଇଁ ନିବେଦନ କରୁଛନ୍ତି। ମାତ୍ର ସେ ବ୍ୟକ୍ତି ଜଣକ ମାନସିକ ସନ୍ତୁଳନ ଠିକ୍ ନାହିଁ। ଓଡ଼ିଶା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କର୍ଲାମୁଣ୍ଡା ପଞ୍ଚାୟତର ଶିବ ମନ୍ଦିର ନିକରେ ରହୁଛନ୍ତି। ତାଙ୍କ ପିତାଙ୍କ ନାମ ତୁଳସୀ ୟାଦବ, ଭାଇଙ୍କ ନାମ ପିତାମ୍ବର ୟାଦବ। ଆଉ କିଛି ଜାଣିନଥିବା ସେ କହୁଛନ୍ତି। ତେଣୁ ଏହି ଭିଡ଼ିଓକୁ ଅଧିକ ସେୟାର କରି ପୂରନ ୟାଦବଙ୍କୁ ତାଙ୍କ ଘରକୁ ଫେରାଇଦେବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କୌଣସି ବ୍ୟକ୍ତି ତାଙ୍କୁ ଜାଣିଥିଲେ ୭୦୮୧୭୨୬୯୫୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
BREAKING NEWS
- ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ
- ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି
- ଏସିଆନ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକାର
- ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?
- ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ
- ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପ
- ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?
- ନୀଳଗିରିରେ ନୂଆ ଲଢେଇ
- ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ
- ଫୋକସରେ ୬ ଲୋକସଭା, ୪୨ ବିଧାନସଭା: ଶେଷ ପର୍ଯ୍ୟାୟରେ ଶେଷ ସ୍ପର୍ଶ ଦେବାକୁ ନେତାଙ୍କ ପ୍ରୟାସ