Latest Odisha News

BREAKING NEWS

[ଭିଡ଼ିଓ] ସୁମଦ୍ର ପାଣିରେ ମହାଦେବଙ୍କ ଜଳାଭିଷେକ

କାମ୍ବୋଇ: ମନ୍ଦିରରେ ଜଳାଭିଷେକ ହୁଏ । ହେଲେ ଥରେ ନୁହେଁ ଦିନରେ ଦୁଇ ଦୁଇ ଥର। ଜଳାଭିଷେକ କରିବା ପରେ ମନ୍ଦିରଟି ପୁଣି ଗାୟବ ହୋଇଯାଏ । ଆଉ ଯେତେବେଳେ ମନ୍ଦିର ପୁଣି ଆବିର୍ଭାବ ହୋଇଥାଏ ସେତେବେଳେ ଲାଗିଯାଏ ଶ୍ରଦ୍ଧାଳୁଙ୍କ  ଭିଡ।

ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଗାୟବ ହୋଇଯାଉଛି ମନ୍ଦିର । ଏ ହେଉଛି ଗୁଜୁରାଟର କାବି କାମ୍ବୋଇରେ ଥିବା ମହାଦେବଙ୍କର ଅଦ୍ଭୁଦ ସ୍ତମ୍ଭେଶ୍ୱର ମନ୍ଦିର । ସକାଳୁ ଆଉ ସଂଧ୍ୟାରେ କିଛି ସମୟ ପର୍ଯ୍ୟନ୍ତ ଏହି ମନ୍ଦିର ଆପେ ଅପେ ଗାୟବ ହୋଇଯାଏ ।

ଏହି ତୀର୍ଥ ସ୍ଥଳର ବର୍ଣ୍ଣନା ମହାଶିବ ପୁରାଣରେ ରୁଦ୍ର ସଂହିତାରେ ରହିଛି।  ଏନେଇ ରହିଛି ବହୁ ପୁରାଣ କଥା। କାହିଁ କେଉଁକାଳରୁ ମନ୍ଦିର ନିଜ ସ୍ଥାନରୁ ହଠାତ୍ ଗାୟବ ହୋଇଯାଏ । ପୁଣି ସେହି ସ୍ଥାନରେ ମନକୁ ମନ ଆବିର୍ଭାବ ହୋଇଯାଏ ।

ମନ୍ଦିର ତିଆରି ନେଇ ମଧ୍ୟ ପୁରାଣ କଥା ରହିଛି। ସାଗର ନଦୀ ସାଗରରେ ସଙ୍ଗମ ହୋଇଥାଏ । ଶିବଙ୍କର ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି।  ହେଲେ ଏଠାରେ ସମୁଦ୍ର ମହାଦେବଙ୍କ ଜଳାଭିଷେକ କରିଥାଏ। ମହାଦେବଙ୍କ ମନ୍ଦିରରେ ଆରବ ସାଗରର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ। ତେବେ ମନ୍ଦିର ଗାୟବ ହୋଇଯିବା ଯେମିତି ଏଠାରେ ସାଧାରଣ ପାଲଟିଗଲାଣି। ସମୁଦ୍ର ଜଳସ୍ତର ବଢିଯିବା ଫଳରେ ମନ୍ଦିର ବୁଡ଼ିଯାଏ। ଢେଉ ଚାଲିଯିବା ପରେ ମନ୍ଦିର ପୁନଃ ଆବିର୍ଭାବ ହୋଇଥାଏ।

ମନ୍ଦିର ବାହାରେ ଜୁଆର ଆସିବା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ସତର୍କ କରିଦିଆଯାଏ । ଆଖପାଖ ଏରିଆ ଖାଲି କରିଦିଆଯାଏ । ଆଉ ଏଠାକୁ ଆସୁଥିବା ଲୋକେ ବି ସତର୍କ ହୋଇଯାନ୍ତି । ମନ୍ଦିରରେ ଖାସ୍ କରି ପୁର୍ଣ୍ଣିମା ଏକାଦଶୀରେ ବଡ଼ ଆକାରରେ ପୂଜାର୍ଚ୍ଚନା କରାଯାଇଥାଏ।

ଆଖି ସାମନାରେ ସମୁଦ୍ର ଢେଉ ଭିତରେ ଅଦୃଶ୍ୟ ହୋଇ ପୁଣି ସାମନାକୁ ଆସୁଛି ଏହି ମନ୍ଦିର। ହେଲେ ବାସ୍ତବରେ ଏଠି କଣ ରହିଛି ରହସ୍ୟ ? ନିର୍ଦ୍ଧାରିତ ସମୟରେ ଏଠାକୂୁ କିଭଳି ଆସୁଛି ଜୁଆର ? ତାର ଉତ୍ତର କିନ୍ତୁ କାହା ପାଖରେ ନାହିଁ। ଏବେ ବି ସେହି ରହସ୍ୟ ରହସ୍ୟ ହୋଇ ରହିଛି . . .

Leave A Reply

Your email address will not be published.