ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ ପଳାଇଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଏହି ଦୁର୍ବୃତ୍ତମାନେ ନରହିବାରୁ ସେମାନଙ୍କ ଉପରକୁ ଗରମ ଚା’ ଫିଙ୍ଗିଥିଲେ ଲୋକେ । ପରେ ଦୁର୍ବୃତ୍ତମାନେ ମୋଟର ସାଇକେଲ ସହ ପଡ଼ିଯାଇଥିଲେ । ଆଉ ଧରାପଡ଼ିଯିବା ଭୟରେ ଫାଙ୍କା ଗୁଳି ଚଳାଇଥିଲେ ଲୁଟେରା । ଏହାପରେ ଗାଡି ଛାଡି ବିଲ ଭିତରେ ଦୌଡି ପଳାଇଥିଲେ ଲୁଟେରା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
BREAKING NEWS
- ବିଶ୍ୱରେକର୍ଡ ପାଇଁ ଜାଡେଜାଙ୍କୁ ଆବଶ୍ୟକ ଗୋଟିଏ ୱିକେଟ
- Odisha DGP:ଡିଜିପି ନିଯୁକ୍ତି ଶୁଣାଣି;ମଙ୍ଗଳବାର ପରବର୍ତ୍ତୀ ଶୁଣାଣି
- ମଇଁଷି ଚରାଳିରୁ ଆଇ.ଏ.ଏସ ଅଫିସର
- ଜ୍ଞାନେଶ କୁମାରଙ୍କୁ ୪୮ଘଂଟାରେ ଡେଡଲାଇନ୍, ନହେଲେ ପ୍ରତିବାଦ: CJP
- ବିସିସିଆଇର ନୂଆ ଟାଇଟଲ ସ୍ପନସର ହେଲା ମୁଥୁଟ୍ ଫିନକର୍ପ
- ଲଘୁଚାପ ଜନିତ ପ୍ରବଳ ବର୍ଷା: ଗଛ ଉପୁଡ଼ି ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତା ଅବରୋଧ
- ସାମସନଙ୍କୁ ବାଦ୍ ଦେବା ଥିଲା କୋଚିଂ କ୍ୟାରିୟରର ସବୁଠୁ କଠିନ ନିଷ୍ପତ୍ତି: ସାରା ରାତି ଶୋଇପାରିନଥିଲେ ଗମ୍ଭୀର
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କରିପାରିବ କି ପୋଲିସ, କ’ଣ କହୁଛି ଆଇନ?
- No More Fake Paneer: ବିକଳ୍ପ ଉତ୍ପାଦ ପାଇଁ ‘ପନୀର୍’ ଲେବଲ୍ ଉପରେ FSSAIର କଟକଣା
- Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସୁଛି

Comments are closed.