ନୂଆଦିଲ୍ଲୀ: ଅଡାନୀ ଗ୍ରୁପ ଆଜି ତାର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରୁ ଆସୁଥିବା ପଦାର୍ଥ ଉପରେ କଟକଣା ଲଗାଇଛି । ଏହି ନିଷ୍ପତି ୧୫ ନଭେମ୍ବରରୁ ଲାଗୁ ହେବ । ନିକଟରେ ଗୁଜରାଟର ବନ୍ଦରରୁ ୩ ହଜାର କିଲୋ ଡ୍ରଗ୍ସ ଜବତ ହୋଇଥିଲା । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିଥିଲା । ଦେଶରେ କାର୍ଗୋ ହ୍ୟାଣ୍ଡଲିଂରେ ଅଡାନୀ ଗ୍ରୁପର ୨୫ ପ୍ରତିଶତ ଅଂଶୀଦାର ରହିଛି ।
ଅଡାନୀ ଗ୍ରୁପ ସୋମବାର ଏକ ଷ୍ଟେଟମେଂଟ ଜାରୀ କରି କହିଛି ଏଥର ପୋର୍ଟରେ ଏସଇଜେଡରେ ଏକ୍ଜିମ କଂଟେନରକୁ ଗ୍ରହଣ କରାଯିବ ନାହିଁ । ସୂଚନାଯୋଗ୍ୟ, ଜବତ ଡ୍ରଗ୍ସଗୁଡିକ ବଡ ବଡ ବ୍ୟାଗରେ ରଖା ଯାଇଥିଲା । ଅନ୍ୟ ସାମଗ୍ରୀ ମଧ୍ୟରେ ପାଉଡର ରଖାଯାଇ ଏହାକୁ ଚୋରା ଚାଲାଣ କରାଯାଉଥିଲା । ଏନଆଇଏ ଏହି ଘଟଣାର ତଦନ୍ତ କରି ୮ଜଣଙ୍କୁ ଗିରଫ କରିଛି ।
Comments are closed.