ନବରଙ୍ଗପୁର: ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି ।
ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ହଠାତ୍ ଏକ ଚିତାବାଘ ଆକ୍ରମଣ କରିଥିଲା । ଜୀବନ ବଂଚାଇବାକୁ ସମସ୍ତେ ଦୌଡିଥିଲାବେଳେ ଅମିତ ବାଘ ହାବୁଡରେ ପଡିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଅମିତକୁ ଚିତାବାଘ ଟାଣି ନେଇ ପାହାଡକୁ ଚାଲିଯାଇଥିଲା । ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ଶିହୱା ପୋଲିସ ସହାୟତାରେ ଅମିତକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Comments are closed.