Latest Odisha News

BREAKING NEWS

ବାଲେଶ୍ୱର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ୩ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କୁନ୍ଦପୁର ନିକଟ ୬୦ ନଂ ଜାତୀୟ ରାଜପଥରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକଙ୍କ ନାମ ତୋଫାନୀ ରଣା, ପତ୍ନୀ କଳ୍ପନା ରଣା ହୋଇଥିବାବେଳେ ଅନ୍ୟ ଜଣେ ସୁବି ରଞ୍ଜନ ପରିଡା ଓ ରବି ରଣା ବୋଲି ଜଣାପଡିଛି ।

ମିଳିଥିବା ସୂଚନାଅନୁଯାୟୀ ସେମାନେ ପୁରୀରୁ ଘରକୁ ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ଡମ୍ପରକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ବସ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଅନ୍ୟ ୩ ଜଣ ଆହତମାନଙ୍କୁ ଉଦ୍ଧାର କରି ବା ସହ ଚିକିତ୍ସା ନିମନ୍ତେ ସ୍ଥାନୀୟ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ତେବେ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.