Latest Odisha News

BREAKING NEWS

ଗାଁରେ ଥମୁନି ହାତୀ ଉପଦ୍ରବ

ଓଡ଼ିଶା ସମ୍ବାଦ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି ।

ବିଳମ୍ବିତ ରାତିରେ ହାତୀପଲ କୁସୁମନାଳୀ,ଝାଲିଆ ବେଡା, ମାଳିପଶି ଗ୍ରାମରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ଋଣ କରଜ କରି ଚାଷ କରିଥିବା ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ନିଜ ନିଜର ଫସଲକୁ ରକ୍ଷା କରିବା ପାଇଁ ରାତି ଅନିଦ୍ରା ରହୁଛନ୍ତି । ହାତୀପଲ ଏବେ ବର୍ଦ୍ଧନା  ଗାଁ ନିକଟ  ଜଙ୍ଗଲରେ ଡେରା ପକାଇଛନ୍ତି।

ହାତୀପଲରେ ୫ ଟି ଦନ୍ତା ୧୧ଟି ମାଈ ହାତୀ ଓ ୧୦ ଟି ଛୁଆ ହାତୀଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଁ ନିକଟ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀପଲଙ୍କ ପଛେ ପଛେ ରହି ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି । ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘଉଡ଼ାଇବା ପାଇଁ  ଚାଷୀ ଦାବି କରିଛନ୍ତି ।

ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ । ସେପଟେ ସଞ୍ଜ ନଇଁଲେ ଜଙ୍ଗଲି ବାରାହାଙ୍କ ଚିନ୍ତା । ଜଙ୍ଗଲି ବାରହା କ୍ଷେତରେ ପଶି ଉପଦ୍ରବ କରିବା ସହ ପାଚିଲା ଧାନଫସଲକୁ ଖାଇ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି ।

Leave A Reply

Your email address will not be published.