Latest Odisha News

BREAKING NEWS

ଜଙ୍ଗଲରେ ବିତୁଛି ଜୀବନ, ୧୭ ବର୍ଷର ସାଥୀ ସାଜିଛି କାର

ଭୁବନେଶ୍ୱର: କୌଣସି ଫିଲ୍ମର କାହାଣୀ ନୁହେଁ । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଘଂଚ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ପରିବାର କହିଲେ ୧୭ ବର୍ଷର ସାଥୀ ସାଜିଛି ଏକ ନିର୍ଜୀବ ଆମ୍ବାସାଡର କାର ।

ଅଡତଲେ ଓ ନେକ୍କାରେ ନାମକ ଗାଁର ଘଂଚ ଜଙ୍ଗଲର ୩ରୁ ୪ କି.ମି ଭିତରେ ରହନ୍ତି ଚନ୍ଦ୍ରଶେଖର । ସେଠି ସେ ନିଜ କାରକୁ ପ୍ଲାଷ୍ଟିକ୍ ଚାଦର ତଳେ ଘୋଡାଇ ରଖିଛନ୍ତି । କାରରେ ଥିବା ରେଡିଓରେ ଗୀତ ଶୁଣିବା ତାଙ୍କର ପ୍ରଥ୍ମ ପସନ୍ଦ । ଦିନ ହେଉ ଅବା ରାତି, କେବଳ ବିଶ୍ରାମ ନେବା ସମୟରେ ସେ କାର ଭିତରକୁ ପ୍ରବେଶ କରିଥାନ୍ତି । ଅଥଚ ଘଂଚ ଜଙ୍ଗଲରେ କାର ଭିତରେ ସେ ଅନେକ ଥର ବିଷାକ୍ତ ସାପ ଠାବ କରିଛନ୍ତି । ହେଲେ ସାପ ନୁହେଁ ବରଂ ମାନବ ଜାତିକୁ ସେ ଅଧିକ ବିଷଧର ବୋଲି ବୟାନ ଦିଅନ୍ତି ।

୨୦୦୩ ମସିହା ପର୍ଯ୍ୟନ୍ତ ଚନ୍ଦ୍ରଶେଖର ନେକରାଲ କେମରାଜେ ଗାଁରେ ଏକ ସାଧାରଣ ଜୀବନଯାପନ କରୁଥିଲେ । ନିଜର ଦେଢ ଏକର ଜମିରେ ଚାଷ କରିବା ପାଇଁ କୋପରେଟିଭ୍ ସୋସାଇଟିରୁ ଏକ ଲୋନ୍ ନେଇଥିଲେ । ହେଲେ କିଛି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଠକାମୀର ଶିକାର ହେବା ପରେ ସେ ଲୋନ୍ ଟଙ୍କା ପଇଠ କରିପାରିନଥିଲେ । ଫଳରେ ତାଙ୍କ ଜମି ହାତଛଡା (ନିଲାମ) ହୋଇଥିଲା । ମନଦୁଃଖରେ ଚନ୍ଦ୍ରଶେଖର ନିଜ ଭଉଣୀଙ୍କ ପାଖକୁ ପଳାଇଥିଲେ । ହେଲେ ସେଠାରେ ତାଙ୍କୁ ଭଲ ନଲାଗିବାରୁ ସେ ସବୁକିଛି ଛାଡି ନିଜ କାର ଚଳାଇ ଜଙ୍ଗଲକୁ ପଳାଇଆସିଥିଲେ ।

କରୋନା ମହାମାରୀ ସମୟରେ ଲକଡାଉନ ପାଇଁ ସହର ଓ ଗାଁ ଏକ ପ୍ରକାର ବନ୍ଦ ପଡିଥିଲା । ସେହି ସମୟରେ ଜଙ୍ଗଲର ଫଳମୂଳ ଖାଇ ସେ ନିଜ ଭୋକ ମେଣ୍ଟାଇଥିଲେ । ସେ ପ୍ରପତିଦିନ ସାଇକଲ ଚଳାଇ ଗାଁକୁ ଗାଁ ବୁଲି ହାତ ତିଆରି ଝୁଡି ବିକ୍ରୟ କରି ନିଜ ଗୁଜରଣା ମେଣ୍ଟାଇଥାନ୍ତି ।

Leave A Reply

Your email address will not be published.