Latest Odisha News

BREAKING NEWS

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ୍ ଚାଲିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।  ହେଲେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ଗାଇଡ ଲାଇନ ଆସିନାହିଁ। ଆସିଲେ ନିଶ୍ଚିନ୍ତ ଘୋଷଣା କରାଯିବ ବୋଲି ସେ କହିଛନ୍ତିା

ଅଭିଭାବକ ମାନେ ପିଲାମାନଙ୍କୁ ଧ୍ୟାନ ରଖିବା ଦରକାର ବୋଲି ସେ କହିଛନ୍ତି ।ତେବେ ମୋବାଇଲ୍ ଫୋନର ଯେଉଁଭଳି ଦୁରୂପଯୋଗ ନହେବ ଅଭିଭାବକମାନେ ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମରେ ମଧ୍ୟ ମୋବାଇଲ ଦୂରୁପଯୋଗ ନକରିବା ଲାଗି ସଚେତନ କରାଯାଉଛି । ଅଭିଭାବକ ମାନେ ମଧ୍ୟ ଚିନ୍ତିତ ଅଛନ୍ତି । ସ୍କୁଲ ଆରମ୍ଭ ହେବା ପରେ ପିଲାମାନେ ମୋବାଇଲ ଦେଖିବାରୁ ନିବୃତ୍ତ ରହିବେ ବୋଲି ଆଶା କରିଛନ୍ତି ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.