Latest Odisha News

BREAKING NEWS

ଜେଲ୍‌ ଭିତରୁ ଭିଡିଓ କଲ୍‌ରେ ପୁଅ ସହ କଥା ହେଲେ ଶାହାରୁଖ୍‌ ଓ ଗୌରୀ

ମୁମ୍ବାଇ: ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହୁଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପିତାମାତା ଅର୍ଥାତ୍‌ ଶାହାରୁଖ୍‌ ଓ ଗୌରୀଙ୍କ ସହ କଥା ହୋଇଛନ୍ତି।

କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଜେଲରେ ଥିବା ପ୍ରତ୍ୟେକ କଏଦୀଙ୍କୁ ସପ୍ତାହରେ ଦୁଇଥର ଭିଡିଓ କଲ ମାଧ୍ୟମରେ ତାଙ୍କ ପରିବାର ସହିତ କଥା ହେବାକୁ ଅନୁମତି ଦିଆଯାଇଛି।

ସୂଚନାନୁସାରେ, ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆର୍ୟନଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦିଆଯାଇଥିଲା ଯେଉଁଠାରୁ ଭିଡିଓ କଲ ମାଧ୍ୟମରେ ସେ ତାଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ। ସେ ଜେଲ୍‌ରେ କେମିତି ରହୁଛନ୍ତି ସେ ବିଷୟରେ ଆର୍ୟନ ତାଙ୍କ ପିତାମାତାଙ୍କୁ ବିସ୍ତୃତ ଭାବରେ କହିଥିଲେ।

ମୁମ୍ବାଇର ଏକ କ୍ରୁଜ୍ ଜାହାଜରେ ହାଇ ପ୍ରୋଫାଇଲ୍ ଚଡଉ ପରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆର୍ୟନ ଖାନ ବର୍ତ୍ତମାନ ଏକ ସପ୍ତାହ ଧରି ଜେଲରେ ରହିଛନ୍ତି। ତାଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ।

Comments are closed.