Latest Odisha News

BREAKING NEWS

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ ମନାକରିଦେଇଥିଲା ପୁଅ । ଶେଷରେ ଝିଅ ଜ୍ୱାଇଁ ଓ ସମାଜସେବୀ ସଙ୍ଗଠନ ସଙ୍କଳ୍ପ ପରିବାର ସହାୟତାରେ ବୃଦ୍ଧାଙ୍କ ଶବ ଶତ୍କାର କରାଯାଇଥିଲା।

ସୂଚନା ଅନୁସାରେ ୮୨ ବର୍ଷର ବୃଦ୍ଧା ମାୟା ବାନାର୍ଜିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ଦୁଇ ପୁଅ ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରୀ କରନ୍ତି । ଝିଅ ଓ ଜ୍ୟୋଇଁ ଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା । ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରରେ ଜ୍ୱାଇଁ  ଓ ଝିଅ  ଘରେ ଏକାକୀ ଥିବାରୁ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିଲେ ।

ପଡ଼ୋଶୀ  ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରକୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ସାହାଯ୍ୟ ଲୋଡିଥିଲେ । ଘଟଣା ସ୍ଥଳରେ ସମାଜସେବୀ ସଙ୍ଗଠନ ସଙ୍କଳ୍ପ ପରିବାର ପହଁଚି ଶବ ସତ୍କାର ପାଇଁ ଲାଗିପଡିଥଲା । ଶବ ସତ୍କାର କରିବାକୁ ବରଗଡ଼ରେ କାଠ ମିଳିନଥିଲା । କାଠର ଅଭାବ କାରଣରୁ ଗ୍ରାମଞ୍ଚଳରୁ କାଠ ଯୋଗାଡ଼ କରି ଆଣିବାକୁ ପଡିଥିଲା ବରଗଡ଼ରେ ଶବ ସତ୍କାର ପାଇଁ କାଠର ଅଭାବ ଦୀର୍ଘ ଦିନରୁ ରହିଛି ।  ମୃତ ବୃଦ୍ଧାଙ୍କ ପାଇଁ କାଠ ନମିଳିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଲୋକମାନେ ସିଧାସଳଖ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି।

Comments are closed.