ଉତ୍ତରାଖଣ୍ଡ : ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। ପ୍ରକୃତିର କରାଳ ରୂପ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଦୁଇ ଦିନ ଭିତରେ ପାଖାପାଖି ୧୬ ଜଣ ଲୋକଙ୍କ ଜୀବନ ଗଲାଣି।ଆଜି ୧୧ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ନଦୀ ବନ୍ଧ ମଧ୍ୟ ଭାଙ୍ଗୀ ଯାଇଛିା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଅନେକ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟର୍ ଜାରି ରହିଛି।ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ କହିଛନ୍ତି। ଚମୋଲି ଇଲାକାରେ ପ୍ରବଳ ବର୍ଷା ଯୋଗୁଁ ମନ୍ଦାକିନି ନଦୀରେ ବନ୍ୟା ଆସିଛି।ଜଳସ୍ତର କ୍ରମାଗତ ବଢିବାରେ ଲାଗିଛି ।
ଅନ୍ୟପଟେ ବଦ୍ରିନାଥ ରାଜମାର୍ଗ ନିକଟ ଦେଇ ଯାଇଥିବା ଲାମବଗଡ ନାଳରେ ବନ୍ୟା ଜଳ ଆସିବାରୁ ଯାତ୍ରୀଙ୍କ ସହ ଏକ କାର ଭାସିଯାଇଥିଲା । ହେଲେ ସୌଭାଗ୍ୟବସତଃ ଏହାକୁ ସୀମା ସଡକ ସଙ୍ଗଠନର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି।