Latest Odisha News

BREAKING NEWS

ବିମୁଦ୍ରୀକରଣ କ’ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ତାମିଲନାଡୁର ୬୫ ବର୍ଷୀୟ ଚିନ୍ନାକାନୁ । କ୍ରିଷ୍ଣାଗିରି ଜିଲ୍ଲାରେ ରହୁଥିବା ଏହି ଦୃଷ୍ଟିହୀନ ବ୍ୟକ୍ତି ଜଣକ ନିଜ ଜୀବନର ସମସ୍ତ ସଂଚିତ ଅଚଳ ପୁଂଜିକୁ ବଦଳ କରିବାକୁ ଜିଲ୍ଲାପାଳ ଅଫିସରେ ପିଟିସନ ଦାଖଲ କରିଛନ୍ତି । ତାଙ୍କ ପାଖରେ ଅଚଳ ୫୦୦ ଓ ହଜାରେ ଟଙ୍କିଆ ନୋଟ ସମେତ ସମୁଦାୟ ୬୫ ହଜାର ଟଙ୍କା ରହିଛି । ଭିକ ମାଗି ସେ ଏହି ଅର୍ଥ ସଂଚିତ ରଖିଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ତାଙ୍କୁ ପଚରାଯିବାରୁ ସେ ଦୀର୍ଘ ୪ ବର୍ଷ ଧରି ରୋଗାଗ୍ରସ୍ତ ଥିବାରୁ ନିଜ ପାଖରେ ଅର୍ଥ ଥିବା ନେଇ ଭୁଲିଯାଇଥିଲେ । ନିକଟରେ ସେ ନିଜ ସଂଚିତ ଅର୍ଥକୁ ଖୋଜିପାଇଥିଲେ । ହେଲେ ବଜାରରେ ତାକୁ ଦେବାରୁ ବିମୁଦ୍ରୀକରଣ ବିଷୟରେ ଜାଣିବାକୁ ପାଇଥିଲେ । ଏବେ ସେ ଅଚଳ ଟଙ୍କାକୁ ବଦଳ କରିବାକୁ ଜିଲ୍ଲାପାଳଙ୍କ ଅଫିସରେ ଦ୍ୱାରସ୍ତ ହୋଇଥିଲେ । ତେବେ ଚିନ୍ନାକାନୁଙ୍କ ବୟାନରେ କେତେ ସତ୍ୟତା ରହିଛି, ସେ ନେଇ ସ୍ପଷ୍ଟ ହୋଇପାରିନି ।

Leave A Reply

Your email address will not be published.