Latest Odisha News

BREAKING NEWS

ମମିତା ମୃତ୍ୟୁ ମାମଲା : କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି

କଳହାଣ୍ଡି : ସନସାଇନ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାରl ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରୁ ଗୋବିନ୍ଦକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏଥିସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ।

ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ଗୋବିନ୍ଦ ଫେରାର ପଛରେ ପୋଲିସର ଅବହେଳା ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ପୋଲିସର ଅବହେଳା ପାଇଁ ଖସିଯିବାରେ ସଫଳ ହୋଇଥିଲା ଗୋବିନ୍ଦ ସାହୁ । କେଉଁ ପରିସ୍ଥିତିରେ ସେ ଖସି ଯାଇଥିଲା, ତାର ତଦନ୍ତ ହେବ । ଏନେଇ ୨୨୪ ଧାରାରେ ମାମଲା ରୁଜୁ ହୋଇଛି । ଫେରାର ପଛରେ କାହାର ହାତ ଅଛି, ସେନେଇ ତଦନ୍ତ ହେଉଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।

Leave A Reply

Your email address will not be published.