Latest Odisha News

BREAKING NEWS

ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ରେଭ୍ ପାର୍ଟି ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କର କାଲି ହେବ ଜାମିନ ଶୁଣାଣି । ଆର୍ଯ୍ୟନଙ୍କ ଜାମିନ ନେଇ ଶୁଣାଣି କରିବେ ସେସନ କୋର୍ଟ । ତେବେ ଆସନ୍ତାକାଲି ଆର୍ଯ୍ୟନଙ୍କୁ ଜାମିନ ମିଳୁଛି ନା ପୁଣି ନିରାଶ ହେବାକୁ ପଡିବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଜାମିନ ନଦେବାକୁ ଦାବି କରିଛି ଏନସିବି । ଆସନ୍ତାକାଲି କୋର୍ଟରେ ହ୍ବାଟସ ଆପ୍ ଚାଟକୁ ନେଇ ସମସ୍ତ ଦସ୍ତାବିଜ୍ ଦାଖଲ କରିବ ଏନସିବି । ଆର୍ଯ୍ୟନଙ୍କ ହ୍ବାଟସଆପ୍ ଚାଟରୁ ଡ୍ରଗ୍ସ ଲିଙ୍କର ସମସ୍ତ ପ୍ରମାଣ ମିଳିଥିବା କହିଛି ଏନସିବି । ଅନ୍ୟପଟେ ଜାମିନ ସପକ୍ଷରେ ରହିଛନ୍ତି ଆର୍ଯ୍ୟନଙ୍କ ଓକିଲ । ଡ୍ରଗ୍ସ ମାମଲାରେ ସେଭଳି କୌଣସି ପ୍ରମାଣ ନଥିବା ଯୁକ୍ତି ବାଢ଼ିଛନ୍ତି ଆର୍ଯ୍ୟନଙ୍କ ଓକିଲ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଓକିଲ ଦାବି କରିଛନ୍ତି । ତେବେ ଆସନ୍ତାକାଲିର ସମସ୍ତ ଦସ୍ତାବିଜକୁ ଯାଞ୍ଚ ପରେ ଜାମିନ ପ୍ରଦାନ ନେଇ ଶୁଣାଣି କରିବେ ସେସନ କୋର୍ଟ । ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ।

Leave A Reply

Your email address will not be published.