ଓଡ଼ିଶା ସମ୍ବାଦ ବ୍ୟୁରୋ : ହଷ୍ଟନ୍ ଏୟାରପୋର୍ଟରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୧ ଜଣ ଯାତ୍ରୀ। ବିମାନରେ ଥିବା ସମସ୍ତ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆମେରିକାର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଷ୍ଟନର ସମୟ ୧୦ ଟା ପାଖିପାଖି ହେବ ଏପରି ଅଘଟଣ ହୋଇଛି। ହଷ୍ଟନ୍ ଏକଜ୍ୟୁକେଟିଭ୍ ଏୟାରପୋର୍ଟରୁ ଉଡାଣ କରୁଥବା ବେଳେ ଦି ମ୍ୟାକେଡନୋଲ ଡଗଲାସ ଏମଡି-୮୭ ଜେଟ୍ ଘରୋଇ ବିମାନରେ ନିଆଁ ଲାଗିଯାଇଥିଲା।
ସମସ୍ତଙ୍କ ଆଖି ସାମ୍ନାରେ ହୁତୁ ହୁତୁ ହୋଇ ବିମାନ ଜଳିବା ସହ ନିଆଁ ମାଡିଚାଲିଲା। ବିମାନରେ ଥିବା ୧୮ ଜଣ ଯାତ୍ରୀଙ୍କ ସହ ୩ ଜଣ କ୍ରୁ ବାହାରକୁ ପଳାଇଆସି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଅନ୍ୟପଟେ ଗୁରୁତର ଆହତ ୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦ ନ୍ୟାସନାଲ ଟ୍ରୋସପୋର୍ଟେସନ ସେଫ୍ଟିବୋର୍ଡ ଏହି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରିବ।
Comments are closed.