Latest Odisha News

BREAKING NEWS

ଜାଲରେ ପଡିଲା ବିଷଧର ତମ୍ପ

ସାଲେପୁର : ଜାଲରେ ପଡିଲା ବିଷଧର ତମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ବହୁଗ୍ରାମରେ । ବହୁଗ୍ରାମ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ପୋଖରୀରୁ ଏହି ସାପଟି ଜାଲରେ ପଡିଛି । ମାଛ ଧରିବା ପାଇଁ ଯିବା ବେଳେ ଏହି ସାପଟିକୁ ଜାଲରେ ଲାଗିଥି ବା ଦେଖି ଭୟଭୀତ ହୋଇଯାଇଥିଲେ ।

ସେ ସ୍ଥାନୀୟ ଲୋକଙ୍କୁ ଡାକି ଏ ସମ୍ପର୍କରେ ଜାଣାଇଥିଲେ । ସ୍ଥାନୀୟ ଲୋକେ ସାଲେପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ, ସାଲେପୁର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଉମାକାନ୍ତ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସୁରକ୍ଷିତ ଭାବରେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛଡା ଯାଇଛି ।

Leave A Reply

Your email address will not be published.