Latest Odisha News

BREAKING NEWS

ରାଉରକେଲାରେ ଜବତ ହେଲା ୨୭ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ରାଉରକେଲା ବିସ୍ରା ନିକଟବର୍ତ୍ତୀ ମହିପାଣି ଛକରେ ପଞ୍ଜିକୃତ ହୋଇନଥିବା ଏକ ଅଡ଼ି କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଅତର୍କିତ ଭାବରେ ଏକ ଯାନବାହନ ଯାଞ୍ଚ ସମୟରେ ଏହି ବିଳାସପୂର୍ଣ୍ଣ ଗାଡ଼ିରୁ ଜବତ ହୋଇଥିଲା ଏହି ଟଙ୍କା ।

ଘଟଣାସ୍ଥଳରେ ଗାଡ଼ିରୁ ଟଙ୍କା ଫୋପାଡ଼ି ଦେଇ ଡ୍ରାଇଭର ଜଣକ ଫେରାର୍ ହେବାକୁ ସକ୍ଷମ ହୋଇଛି ।

ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ସହିତ ସ୍ଥାନୀୟ ପୋଲିସ ଗାଡ଼ିକୁ ଧରିବାକୁ ପିଛା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ ।

ଏହି ଘଟଣାର ଛାନଭିନ୍ନ କରିବା ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଟଙ୍କା ବଣ୍ଟନ ହେବାର ଯୋଜନା ଚାଲିଥିବାର ସାଧାରଣରେ ସନ୍ଦେହ ଉପୁଜିଛି ।

Leave A Reply

Your email address will not be published.