Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଚଢ଼ାଉ : ୨ ଲକ୍ଷ ୩୨ ହଜାର ଟଙ୍କା ଜବତ, ୩୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ଼ ସଫଳତା । ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରିଛି ପୋଲିସ । କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ବେଳେ ବାଲିମେଳା ସହରର ଦୁଇଟି ସ୍ଥାନ ସହ କୁଡୁମୁଲୁଗୁମା ଅଞ୍ଚଳରେ ଚଢ଼ାଉ କରି ଜୁଆଡ୍ଡିଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ପୋଲିସ ୨ ଲକ୍ଷ ୩୨ ହଜାର ୭୮୦ ଟଙ୍କା ଜବତ କରିବା ସହ ୩୧ ଜଣଙ୍କୁ ଗିରଫ କରିଛି ।

ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦୀ ଏବଂ ଓର୍କେଲ ଥାନା ଅଧିକାରୀ ଜୋନ ଖୁଜୁରଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲିମେଳା ସହରର ଦୁଇଟି ସ୍ଥାନ ଓ କୁଡୁମୁଳୁଗୁମା ଅଞ୍ଚଳର ଗୋଟିଏ ସ୍ଥାନ ଚଢ଼ାଉ କରିଥିଲେ । ବାଲିମେଳା ସହରର ଗୋଟିଏ ସ୍ଥାନରୁ ୨୦ ଜଣ, ଅନ୍ୟ ଏକ ସ୍ଥାନରୁ ୬ଜଣ ଓ କୁଡୁମୁଲୁଗୁମା ଅଞ୍ଚଳରୁ ୫ ଜଣଙ୍କୁ ମିଶାଇ ମୋଟ ୩୧ ଜଣଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.