Latest Odisha News

BREAKING NEWS

ଭାରତ ଆସୁଥିବା ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା କୋଭିଡ ନିୟମ

ନୂଆଦିଲ୍ଲୀ : ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା କୋଭିଡ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା ସହ ନେଗେଟିଭ ରିପୋର୍ଟ ଦାଖଲ କରିବେ । ବିମାନରେ ଚଢିବା ପୂର୍ବରୁ ଏହି ନେଗେଟିଭ ଆରଟିପିସିଆର ରିପୋର୍ଟକୁ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସମସ୍ତ ଏୟାର ଲାଇନସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲରେ ଥିବା ଆତ୍ମଘୋଷଣାନାମା ଫର୍ମ ସହ ଆରଟିପିସିଆର ରିପୋର୍ଟ ଅପଲୋଡ କରିବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ଡୋଜ ନେଇ ସାରିଥିବା ଯାତ୍ରୀମାନେ ଭାରତ ଆସିବା ପରେ ନିଜେ ମନିଟରିଂ କରି ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଯେଉଁମାନେ ସମ୍ପୂର୍ଣ୍ଣ ଡୋଜ ନେଇ ନାହାନ୍ତି ବା ଆଦୌ ଟିକା ନେଇ ନାହାନ୍ତି, ସେମାନେ ଭାରତ ଆସିଲେ ୭ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବେ । ଏଭଳି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.