Latest Odisha News

BREAKING NEWS

Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର

ନୂଆଦିଲ୍ଲୀ: ୨୦୨୩ ଚେନ୍ନାଇ ପରେ ଦ୍ୱିତୀୟ ଥର ପାଇଁ ପୁରୁଷ ବର୍ଗର ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ଭାରତ । ଏହି ଟୁର୍ଣ୍ଣାମେଂଟ୍ ମାଧ୍ୟମରେ ପଂଜାବକୁ ଅନ୍ତର୍ଜାତୀୟ ହକିର ପ୍ରତ୍ତ୍ୟାବର୍ତ୍ତନ ଘଟିବ । ପଂଜାବ ଅନେକ ଧୁରନ୍ଦର ହକି ଖେଳାଳି ଦେଶକୁ ଦେଇଥିବା ନଜିର ରହିଛି । ଏଠାରେ ପିଢି ପରେ ପିଢି ହକି ପରମ୍ପରା ବଜାୟ ରହିଛି । ପଂଜାବ ପାଇଁ ହକି କେବଳ ଏକ ଖେଳ ନୁହେଁ, ବରଂ ଗର୍ବର ବିଷୟ । ରାଜ୍ୟର ସାଂସ୍କୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଗ । ଗ୍ରାମାଂଚଳ ଓ ଏକାଡେମୀ ଠାରୁ ଆରମ୍ଭ କରି ଆନ୍ତର୍ଜାତିକ ମଂଚ ଯାଏ, ଭାରତୀୟ ହକିକୁ ଗଢିତୋଳିବାରେ ପଂଜାବ ଗୁରତ୍ୱପୂଣ୍ଣ ର୍ ଭୂମିକା ଗ୍ରହଣ କରିଆସିଛି । ଏବେ ଚାମ୍ପଅନ୍ସ ଟ୍ରଫି ପାଖେଇ ଆସୁଥିବାରୁ ହକିର ଅନ୍ୟତମ ପ୍ରମୁଖ କେନ୍ଦ୍ର ପଂଜାବ ଏସିଆର ଶ୍ରେଷ୍ଠ ଦଳଗୁଡିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆୟୋଜକ ଭାରତ, ଗ୍ରାଉଣ୍ଡ ବି ଭାରତର ଏହା ବ୍ୟତିତ ମାଲେସିଆ, ଦକ୍ଷିଣ କୋରିଆ, ଚୀନ୍‌, ଜାପାନ୍‌, ବାଂଲାଦେଶରେ ଅକ୍ଟୋବର ୨୭ରୁ ନଭେମ୍ବର ୨ ଯାଏ ଚାଲିବ ମ୍ୟାଚ୍ । ଏସୀୟ କ୍ରୀଡାର ଚାମ୍ପିଅନ ଭାରତ ପୂର୍ବରୁ ୫ଥର ଏସିୟ ଚାମ୍ପିଅନ୍ସ ଟ୍ରଫି ଜିତିସାରିଛି । ଜାତୀୟ ଦଳ ପାଇଁ ପଂଜାବର ଅବଦାନ ବିଭିନ୍ନ ପିଢିର ଖେଳାଳିଙ୍କ ମାଧ୍ୟମରେ ପ୍ରତିଫଳିତ ହୋଇଆସିଛି । ଉଧମ ସିଂ, ବଲବୀର ସିଂଙ୍କ ଠାରୁ ନେଇ ମନପ୍ରୀତ, ହରମନପ୍ରୀତଙ୍କଯାଏ ଦେଶକୁ ହକି ଦ୍ୱାରା ସର୍ବୋଚ୍ଚ ସ୍ତରରେ ପହଂଚାଇଛନ୍ତି । ଜଳନ୍ଧର ଓ ମୋହାଲିରେ ମ୍ୟାଚ୍ ହେବାକୁ ଥିବା ବେଳେ ପଂଜାବର ସମୃଦ୍ଧ କ୍ରୀଡା ଐତିହ୍ୟ ଓ ଭିତ୍ତିଭୂମି ଏକ ପ୍ରମୁଖ ମହାଦେଶୀୟ ଇଭେଂଟର କେନ୍ଦ୍ରବିନ୍ଦୁ ହେବ । ଅଧିନାୟକ ହରମନପ୍ରୀତ୍ କହିଛନ୍ତି ଏହା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହେବାକୁ ଯାଉଛି । ଯେଉଁଠି ଆମ ଟିମ୍ ଆମ ଜସି ର୍ ପିନ୍ଧି ମହାଦେଶୀୟ ମ୍ୟାଚ୍ ଖେଳିବୁ ବୋଲି ଗର୍ବର ସହ କହିଛନ୍ତି ଅଧିନାୟକ ।

Leave A Reply

Your email address will not be published.