ନୂଆଦିଲ୍ଲୀ: ଆଇପିଏଲ ୨୦୨୭ ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ବଡ଼ ଖେଳାଳି ଅଦଳବଦଳ ହୋଇଛି । ଘାତକ ବାମହାତୀ ଦ୍ରୁତ ବୋଲର ତଥା ନିଜର ସଠିକ୍ ୟର୍କର ପାଇଁ ଭାବେ ପରିଚିତ ଟି. ନଟରାଜନ ପୁଣିଥାଏ ତାଙ୍କ ପୁରୁଣା ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ ଟ୍ରେଡିଂରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ହାଇଦ୍ରାବାଦର ବୋଲିଂ ଆକ୍ରମଣକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଏହି ଟ୍ରେଡ୍ ଅଧୀନରେ ପ୍ରତିଭାବାନ ଯୁବ ଲେଗ୍ ସ୍ପିନର୍ ଜୀଶାନ ଅନସାରୀ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜୀଶାନ ଗତ ଆଇପିଏଲ ସମୟରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୧୦ଟି ମ୍ୟାଚ୍ ଖେଳିଥିଲେ ଏବଂ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହି ଖେଳାଳି ଅଦଳବଦଳ ଉଭୟ ଦଳର ରଣନୀତି ଏବଂ ସନ୍ତୁଳନକୁ ଆଗାମୀ ସିଜନ୍ ପାଇଁ କିପରି ପ୍ରଭାବିତ କରିବ, ସେନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋରଧରିଛି ।

