ଭୁବନେଶ୍ୱର: ଭୁବନେଶ୍ୱର ଓଡିଶା ଟେନିସ୍ ଆସୋସିଆନ ଦ୍ୱାରା ଆୟୋଜିତ ITF MT200 ଟେନିସ ଟୁର୍ଣ୍ଣାମେଂଟ ସଫଳତାର ସହ ସମାପନ ହୋଇଛି । ଓଟିଏ ଟେନିସ କମ୍ପେ୍ଲକ୍ସରେ ବୟସ୍କ ତଥା ଅଭିଜ୍ଞ ଟେନିସ୍ ଖେଳାଳିଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ବିଭିନ୍ନ ବୟସ ବର୍ଗରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ଉଦଯାପନୀ ଉତ୍ସବରେ ଟେନିସ୍ ଆସୋସିଏସନ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସଂଜୀବ ପଣ୍ଡା, ଉପ-ସଭାପତି ତଥା କୋଷାଧ୍ୟକ୍ଷ ଡକ୍ଟର ସତ୍ୟଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହାସହ ଟୁର୍ଣ୍ଣାମେଂଟ ସୁପରଭାଇଜର ତେଜଲ କୁଲକର୍ଣ୍ଣି ଓ ଓଟିଏର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ୧୩୨ଜଣ ଖେଳାଳିଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ୨୩ଟି ଇଭେଂଟରେ ମୋଟ୍ ୧୭୭ଟି ପଂଜୀକରଣ ହୋଇଥିଲା । ୭ଟି କୋଟରେ ୧୩୯ଟି ମ୍ୟାଚ୍ ହୋଇଥିଲା । ବିଭିନ୍ନ ବୟସ ବର୍ଗରେ ପ୍ରତିଯୋଗିତା ହୋଇଥିଲା ।
୩୦ ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଅଂଶୁ ଭୂୟାଁ ଓ ମହିଳା ସିଙ୍ଗଲ୍ସରେ ପୂଜାଶ୍ରୀ ବରାଳ ବିଜେତା ହୋଇଛନ୍ତି । ସେହିପରି ୩୫ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଗୋବିନ୍ଦ ବିଶ୍ୱାସ, ୪୦ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ସନ୍ଦୀପ ପାୱାର, ୪୫ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଡାନିଏଲ, ୫୦ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଅଜୟ ନିଶଙ୍କ, ୫୫ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଆୟାସାମୀ, ୬୦ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ବିନୋଦ ସେଠ୍, ୬୫ବର୍ଷରୁ ଅଧିକ ପୁରୁଷ ସିଙ୍ଗଲ୍ସରେ ଅଶୋକ ରାୟ, ୭୦ବର୍ଷର ପୁରୁଷ ସିଙ୍ଗଲ୍ସରେ ସୁରେଶ ପେଣ୍ଡଲି ବିଜେତା ହୋଇଛନ୍ତି । ଏହି ସବୁ ବୟସ ବର୍ଗରେ ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସ ବି ରହିଥିଲା । ଓଡିଶା ସରକାର ଓ ନାଲକୋର ସହଯୋଗିତାରେ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା ।

