Latest Odisha News

BREAKING NEWS

ଜମ୍ମୁକଶ୍ମୀର ଗସ୍ତରେ ଅମିତ ଶାହ, ଆତଙ୍କୀ ହମଲା ନେଇ ଆଲୋଚନା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ ଜଣାଇଛନ୍ତି।ଜମ୍ମୁ କଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।ଆତଙ୍କୀଙ୍କ ଗୁଳିରେ ସାଧାରଣ ନାଗରିକଙ୍କ ସମେତ ଅନେକ ଯବାନ ସହିଦ ହେଲେଣି। ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ।

ଆତଙ୍କବାଦୀ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଓ ସାଧାରଣ ନାଗରକଙ୍କ ସୁରକ୍ଷା ନେଇ ସମୀକ୍ଷା ବୈଠକ କରିଛନ୍ତି ଅମିତ ଶାହ । ଏହି ବୈଠକରେ ଉପରାଜ୍ୟପାଳ ,ବରିଷ୍ଠ ପ୍ରଶାସନିକ ଅଧିକାରୀ ,ସିଆରପିଏଫ୍ ର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିିତ ଥିଲେ। ଅନ୍ୟପଟେ ଜୁନ୍ ମାସରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ପୋଲିସ ଇନିସ୍ପେକ୍ଟରଙ୍କ ପରିବାରକୁ ଭେଟିଥିଲେ ଅମିତ ଶାହ ।

ଅନ୍ୟପଟେ ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ସାଧାରଣ ଲୋକଙ୍କ ପରିବାରକୁ ମଧ୍ୟ ଅମିତ ଶାହ ଭେଟିବେ। ଗସ୍ତର ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗର ଓ ଶାରଜା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥାର ଉନ୍ମୋଚନ କରିବେ।ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜମ୍ମୁ କଶ୍ମୀର ୩୭୦ ଧାରା ଉଚ୍ଚେଦ ପରେ ଏହା ହେଉଛି ଅମିତ ଶାହଙ୍କ ପ୍ରଥମ ଗସ୍ତ।

Leave A Reply

Your email address will not be published.