Latest Odisha News

BREAKING NEWS

ଓଃ ମାଇ ଗଡ ୨ର ଫାର୍ଷ୍ଟ ଲୁକ୍ ଜାରୀ, ଏଥର ଭଗବାନଙ୍କ ଶିବ ରୂପରେ ଅକ୍ଷୟ

ମୁମ୍ବାଇ: ଓଃ ମାଇ ଗଡ ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରୀ ହୋଇଛି । ଫିଲ୍ମର ହୀରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର ସକେ ଶିବ କରେ ସୋ ହାୟ । ପୂର୍ବଥର ପରିି ଏଥର ମଧ୍ୟ ଆମେ ଏକ ମହତ୍ୱପୂର୍ଣ୍ଣ ସାମାଜିକ ବିଷୟ ନେଇ ଆସିଛୁ । ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି ଅକ୍ଷୟ କୁମାର କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ରିଲିଜ ହୋଇଥିବା ଓଃ ମାଇ ଗଡ ଫିଲ୍ମରେ ଅକ୍ଷୟ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା କରିଥିଲେ । ସେ ସମୟରେ ଏହି ଫିଲ୍ମର ବିଷୟବସ୍ତୁ ବେଶ ଚର୍ଚ୍ଚାର କାରଣ ସାଜିଥିଲା ଏବଂ ଭଲ ବ୍ୟବସାୟ ମଧ୍ୟ କରିଥିଲା ।

Leave A Reply

Your email address will not be published.