Latest Odisha News

BREAKING NEWS

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ; ‌କେ.ଜିକୁ ୮୦

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଥିବାରୁ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି।

ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।
ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ ନଷ୍ଟ ହୋଇଯାଇଥିଲା ଯାହା ଫଳରେ ସ୍ଥାନୀୟ ବଜାରକୁ ସ୍ୱଳ୍ପ ଯୋଗାଣ ହୋଇଥିଲା।

ପ୍ରାୟ ୧୦ରୁ ୧୫ ଟ୍ରକ୍ ଯୋଗାଣ ବଦଳରେ ପ୍ରତିଦିନ ପ୍ରାୟ ୫ ଟ୍ରକ୍ ଟମାଟୋ ସହରକୁ ଆସୁଛି। ଅଧିକ ଚାହିଦା ଏବଂ ସ୍ୱଳ୍ପ ଯୋଗାଣ ଯୋଗୁ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି।

Comments are closed.