Latest Odisha News

BREAKING NEWS

ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ। ପଛୁଆ ବର୍ଗ ଜାତି ସମୂହ ତରଫରୁ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ଏହି ଚିଠା ତାଲିକାରେ ବ୍ୟାପକ ଅସଙ୍ଗତି ରହିଛି। ଏହାକୁ ଦୂର କରିବା ଦାବିରେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲାର ୧୩ଟି ବ୍ଲକର ୩୬ଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ ନକରିବା ଘଟଣାକୁ ନିନ୍ଦା କରାଯାଇଛି।

ସେହିପରି ଗତ ୨୦୧୧ ଜନଗଣନାର ଦଶବର୍ଷ ପରେ ୨୦୨୧ସୁଦ୍ଧା ଉଭୟ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ଏହି ତାଲିକା ସଂଶୋଧନ ନକରିବାରୁ ଆଜି ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଗାଡ଼ିମଟର, ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। କଳାହାଣ୍ଡି ବଣିକ ସଂଘ ସମସ୍ତ ଦୋକାନ ବଜାର ଖୋଲା ରଖି ବନ୍ଦକୁ ସମର୍ଥନ କରିଛନ୍ତି।

Leave A Reply

Your email address will not be published.