Latest Odisha News

BREAKING NEWS

ଏବେ ପିଟିସନ୍ ଦାଖଲ କରିବା ବନ୍ଦ କରନ୍ତୁ… ସିଇସିଙ୍କୁ ଦିଆଯାଇଥିବା କ୍ଷମତା ଉପରେ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଏବଂ ଅନ୍ୟ ନିର୍ବାଚନ କମିଶନର (EC) ମାନଙ୍କୁ ମିଳିଥିବା ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ବା କ୍ଷମତା (Blanket Immunity) କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ନଭେମ୍ବର ୪ ତାରିଖରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

ସମାଜସେବୀ ତଥା ଆଇନଜୀବୀ ଅରୁଣ କୁମାର ଅଗ୍ରୱାଲ, ଆରଜେଡି ସାଂସଦ ମନୋଜ ଝା ଏବଂ ଏଡିଆର (ADR) ଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଓ କାର୍ଯ୍ୟକାଳ) ଅଧିନିୟମ, ୨୦୨୩’ର ଧାରା ୧୬ (Section 16) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି।

ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ଧାରା ୧୬ ବଳରେ ସିଇସି ଏବଂ ଇସି ମାନଙ୍କୁ ସେମାନଙ୍କ ସରକାରୀ ଦାୟିତ୍ୱ ସମୟରେ କରିଥିବା କୌଣସି ବି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦେୱାନୀ (Civil) ଓ ଫୌଜଦାରୀ (Criminal) ମାମଲାରୁ ଅବ୍ୟାହତି ବା ସୁରକ୍ଷା ଦିଆଯାଇଛି । ଏହା ସେମାନଙ୍କୁ ଆଇନର ଉର୍ଦ୍ଧ୍ୱରେ ରଖୁଛି ଏବଂ ଦୁର୍ନୀତି କିମ୍ବା ଜାଲିଆତି ପରି ଗମ୍ଭୀର ଅପରାଧ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରୁଛି, ଯାହା ସମ୍ବିଧାନର ଧାରା ୧୪ ଏବଂ ୨୧ ର ଉଲ୍ଲଂଘନ ଅଟେ ।

ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବାରମ୍ବାର ଏକାଧିକ ସମାନ ଆବେଦନ ଦାଖଲ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ପାଇଁ ଏହି ପ୍ରସଙ୍ଗରେ ଆଉ ନୂଆ ପିଟିସନ୍ ଦାଖଲ କରିବା ବନ୍ଦ କରିବାକୁ କହିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଦାଖଲ ହୋଇଥିବା ମୁଖ୍ୟ ଆବେଦନଗୁଡ଼ିକ ସହିତ ଏହି ନୂଆ ମାମଲାର ଏକତ୍ର ଶୁଣାଣି କରାଯିବ। ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାରେ କୌଣସି ଅନ୍ତରୀଣ ସ୍ଥଗିତାଦେଶ ଜାରି କରିନାହାନ୍ତି, କିନ୍ତୁ କେନ୍ଦ୍ର ସରକାର (Union Government) ଏବଂ ଭାରତୀୟ ନିର୍ବାଚନ କମିଶନ (ECI) ଙ୍କୁ ଔପଚାରିକ ନୋଟିସ୍ ପଠାଇ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.