Latest Odisha News

BREAKING NEWS

ଆନ୍ତର୍ଜାତୀୟ ସୁଟର୍ ସିମା ତୋମରଙ୍କୁ ଖୋଲା ଧମକ, ୩ ଗିରଫ

ଓଡିଶା ସମ୍ବାଦ ବ୍ୟୁରୋ: ଆନ୍ତର୍ଜାତୀୟ ସୁଟର୍ ସୀମା ତୋମର ଗ୍ରେଟର ନୋଏଡାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସୂଚନା ରହିଛି । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲାବେଳେ ପାର୍କିଂକୁ ନେଇ ଉଭୟ ପକ୍ଷରୁ ବଚସା ହୋଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶ ବାଘପତ ବାସିନ୍ଦା ସୀମା ସୁଟର୍ ଦାଦି ଓରଫ ପ୍ରକାଶୀ ତୋମରଙ୍କ ଝିଅ । ପ୍ରଥମ ଭାରତୀୟ ମହିଳା ଭାବେ ସୀମା ୨୦୧୦, ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍ ଟ୍ରାପ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ୩୯ ବର୍ଷୀୟ ସୁଟର ସୀମା ଦିଲ୍ଲୀର ଆର୍ମି କାଣ୍ଟନମେଣ୍ଟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ । ଗ୍ରେଟର ନୋଏଡାର ଟ୍ର।।ଇଡେଣ୍ଟ ଏମ୍ବାସୀ ରେସିଡେନ୍ସିଆଲ୍ ସୋସାଇଟିରେ ସେ ରହିଆସୁଛନ୍ତି । ଗତ ଶନିବାର ଅଫିସରୁ ଘରକୁ ଫେରିବା ପରେ ତାଙ୍କ ପାର୍କିଂ ସ୍ଥାନରେ ଅନ୍ୟ ଏକ ଗାଡି ଥୁଆ ହୋଇଥିବା ସେ ଦେଖିବାକୁ ପାଇଥିଲେ ।

ଏ ନେଇ ସେ ସୁରକ୍ଷାକର୍ମୀଙ୍କୁ କହି ଗାଡି ହଟାଇବାକୁ କହିଥିଲେ । ପରେ ଗାଡିର ମାଲିକ ସମେତ ଅନ୍ୟ ଦୁଇଜଣ ବ୍ୟକ୍ତି ଗାଡି ହଟାଇବାକୁ ମନା କରିବା ସହ ସୀମାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ଘଟଣାକୁ ସୀମା ମୋବାଇଲରେ କଏଦ କରିବାକୁ ଚେଷ୍ଟା କରିଥିଲେ । ହେଲେ ୩ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ମୋବାଇଲ ଛଡାଇବାକୁ ଚେଷ୍ଟା କରି ହତ୍ୟା ଧମକ ବି ଦେଇଥିଲେ । ଏ ନେଇ ସୀମା ବିଶ୍ରାଖ ଥାନାରେ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.