Latest Odisha News

ଚିଲିକା ମଝିରୁ ଉଦ୍ଧାର ହେଲେ ମସ୍ତ୍ର୍ୟଜୀବୀ

ଭୁବନେଶ୍ୱର: ଚିଲିକା ମଝିରୁ ଉଦ୍ଧାର ହେଲେ ଫସିରହିଥିବା ମସ୍ତ୍ର୍ୟଜୀବୀ। ଗତ ତିନିଦିନ ଧରି ଚିଲିକା ମଝିରେ ଡ଼ଙ୍ଗା ଫସି ରହିଯାଇଥିଲା। ଏଥିରେ ୩ଜଣ ମସ୍ତ୍ର୍ୟଜୀବୀ ସହ ୧୦ବର୍ଷର ପିଲା ରହିଛି। କଟକି ଦଳ ଯୋଗୁଁ ଡ଼ଙ୍ଗା ଫସିଯାଇଥିଲା।

ସୂଚନା ଅନୁସାରେ, ଗଞ୍ଚାମ ଜିଲ୍ଲାର ପାଥରା ଗାଁର ମସ୍ତ୍ର୍ୟଜୀବୀମାନେ ଏକ ଡ଼ଙ୍ଗାରେ ଚିଲିକା ହ୍ରଦରେ ମାଛ ଧରିବାକୁ ଯାଇଥିଲେ। ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗଡ଼ା ଘିମୁଦା ଜେଟି ନିକଟରେ ହ୍ରଦର ମଝିରେ ପହଞ୍ଚିବା ପରେ ଡ଼ଙ୍ଗା କଟକି ଦଳ ମଧ୍ୟରେ ଅଟକି ଯାଇଥିଲା।

ମସ୍ତ୍ର୍ୟଜୀବୀମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ କୌଣସିମତେ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ିଥିଲେ। ମାଲୁଦ ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିଛି।

Comments are closed.