Latest Odisha News

BREAKING NEWS

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ କିଛି ବ୍ୟବସାୟିକ ଅନୁଷ୍ଠାନ । ଚଢ଼ାଉରେ ସାମିଲ ଅଛନ୍ତି ୨ଜଣ ଡିଏସପି, ୫ ଜଣ ଇନିସପେକ୍ଟର ।

ଭୁବନେଶ୍ୱର କଳ୍ପନା ଛକରେ ଥିବା ପ୍ରସନ୍ନଙ୍କ ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ସ୍ଥିତ ପୈତୃକ ଘର, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ହୋଟେଲ୍ ଓ ଅନ୍ୟ ସ୍ଥାନରେ ରେଡ୍ ଚାଲିଛି । ପ୍ରସନ୍ନ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ଚଢ଼ାଉ ପରେ ସ୍ପଷ୍ଟ ହେବ ।

ମନିଷ ଅନୁରାଗ ହତ୍ୟା ମାମଲାରେ ସାମନାକୁ ଆସିଥିଲା ସାଉଥ୍ ସିଟି ହୋଟେଲ । ତଦନ୍ତ ବେଳେ ଜଣା ପଡ଼ିଥିଲା କୋଭିଡ୍ ନିୟମ ଉଲ୍ଲଂଘନ ଓ ବିନା ଲାଇସେନ୍ସରେ ବାର୍ ଚାଲିଥିଲା । ଏହାକୁ ସିଲ୍ କରିଥିଲା ପୋଲିସ । ପ୍ରସନ୍ନ ନିଜ ଭାଇ ନାଁରେ ସାଉଥ୍ ସିଟି ହୋଟେଲ୍ ଚଳାଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

Comments are closed.