Latest Odisha News

BREAKING NEWS

ମହାନଦୀକୁ ଡ଼େଇଁଲେ ଯୁବକ

କଟକ: ମହାନଦୀକୁ ଡ଼େଇଁଲେ ଯୁବକ। କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ। ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏଯାଏଁ ତାଙ୍କ ପତ୍ତା ମିଳିନି।

ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ ମୋବାଇଲ ରଖି ଡ଼େଇଁପଡ଼ିଥିଲେ। ଯୁବକଙ୍କ ଗାଡ଼ି ନମ୍ବର (ଓଡି଼-୦୭ପି-୧୨୮୬)। ସ୍ଥାନୀୟ ଲୋକ ଏହା ଦେଖି ବାରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଯାଞ୍ଚ କରିଥିଲେ। ମୋବାଇଲରୁ ପରିବାର ଲୋକଙ୍କ ସମ୍ପର୍କରେ ସୂଚନା ପାଇଥିଲେ। ପରେ ପରିବାର ଲୋକଙ୍କୁ ଫୋନ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ।

ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡ଼ିଛି। ହେଲେ ମହାନଦୀକୁ ଡ଼େଇଁଥିବା କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

Comments are closed.